ଭୁବନେଶ୍ୱର : ରାଜଧାନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ପଳାସପଲ୍ଲୀ ଫ୍ଲାଏ ଓଭର ତଳକୁ ଖସି ପଡ଼ିଛି କାର୍ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । କାର୍ ଚାଳକ ସାମାନ୍ୟ ଆଘାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ କାର୍ଟି ଦ୍ରୁତ ଗତିରେ ଆସି ପଳାସପଲ୍ଲୀ ଫ୍ଲାଏ ଓଭର ବ୍ରିଜର ବାଡ଼ାରେ ମାଡ଼ ହୋଇଥିଲା । ପରେ ଭାରସାମ୍ୟ ହରାଇ କାର୍ଟି ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା କାର୍ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।
