ଭୁବନେଶ୍ୱର : ରାଜଧାନୀରେ ଅଭିନବ ଉପାୟରେ ଲୁଟ୍ । ଔଷଧ ଦୋକାନରୁ ମେଡ଼ିସିନ କିଣିବା ବାହାନାରେ ଲୁଟିନେଲେ ୪୯୦୦୦ ଟଙ୍କା । ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋରରୁ ହୋଇଛି ଲୁଟ୍ । ଦିନ ବେଳେ ଦୋକାନୀ ଆଖିରେ ଧୂଳି ଦେଇ ୩ ଜଣ ଲୁଟେରା ଲୁଟିନେଲେ ଟଙ୍କା । ମେଡିସିନ୍ କିଣିବାକୁ ଜଣଙ୍କ ପରେ ଜଣେ ଦୋକାନକୁ ଯାଇଥିଲେ । ଠରା ଠରି ହୋଇ ଦୋକାନରେ କେହି ନଥିବାର ସୁଯୋଗ ନେଇ ଜଣେ ଦୋକାନ ଭିତରେ ପସିଥିଲା । ଆଉ ଦୁଇ ଜଣ ବାହାରୁ ନଜର ରଖୁଥିଲେ । ଡ୍ର ରେ ଥିବା ୪୯ ହଜାର ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ । ସମସ୍ତ ଘଟଣା ଔଷଧ ଦୋକାନର ସିସିଟିଭିରେ କଏଦ ହୋଇଛି । ସିଟିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।
