ଅନ୍ତିମ ଦିବସରେ ସମସ୍ତ ପ୍ରାର୍ଥୀଙ୍କୁ ନେଇ ବଣାଇ ବିଜେଡିର ନାମାଙ୍କନ ଦାଖଲ

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକର ୮ ଟି ଜିଲ୍ଲାପରିଷଦ ଜୋନ ନିମନ୍ତେ ଗତକାଲି ବଣାଇ ଉପଜିଲ୍ଲାପାଳଙ୍କ ନିକଟରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ, ବଣାଇ (କ) ପାଇଁ ବୀର ବିଚିତ୍ରସେନ ନାୟକ, ବଣାଇ (ଖ) ପାଇଁ ରାମଚନ୍ଦ୍ର ସାହୁ, ଲହୁଣୀପଡା (କ) ପାଇଁ ଜୁଲିଆନୀ କାଣ୍ଡିର, ଲହୁଣୀପଡା (ଖ) ପାଇଁ ସୁଶୀଳା ନାୟକ, ଗୁରୁଣ୍ଡିଆ (କ) ପାଇଁ ଅପିନ୍ଦ୍ର କିଷାନ, ଗୁରୁଣ୍ଡିଆ (ଖ) ପାଇଁ କମଳ ଲାକ୍ରା, କୋଇଡ଼ା (କ) ପାଇଁ ରାମାମଣୀ ମୁଣ୍ଡା, କୋଇଡା (ଖ) ପାଇଁ ଅଶୋକ କୁମାର ନାୟକ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ବିଜୁ ଜନତା ଦଳ ପକ୍ଷରୁ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରଞ୍ଜିତ କିଷାନ, ବରିଷ୍ଠ ନେତା କୁଶ ଆପଟ ଓ ବଣାଇ ପର୍ଯ୍ୟବେକ୍ଷକ ଶିଶୀର ପରିଜା ଉପସ୍ଥିତ ରହି ପ୍ରାର୍ଥୀ ଓ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *