ସୋର : ସୋର ରାଜନୀତିକୁ ସଦ୍ୟ ଗୁଳିଆ କରିଥିବା ନିରୋଦ ପ୍ରଭା ପଣ୍ଡା ଏବେ ବିଜେଡି ଛାଡି ବିଜେପିରେ ମିଶିବାକୁ ହଜମ କରିପାରୁନାହାନ୍ତି ବିଜେପି ଭୋଟର I ଜଦିଓ ୪୫ ନମ୍ବର ଜୋନରେ ବିଜେପିର ଭୋଟ ଭଲଥିଲା କିନ୍ତୁ ସେଇ ନିରୋଦପ୍ରଭା ବିଜେଡିରେ ରହି ବିଜେପିକୁ ହରାଇଥିଲେ I ସେତେବେଳେ ନିରୋଦପ୍ରଭାଙ୍କୁ ନିଜ ପାଖ ପଡୋଶି ଛଡା ଆଉ କେହି ଚିହ୍ନିନଥିଲେ ସେ କେବଳ ବିଜେଡି ଭୋଟରେ ଜିତିଥିଲେ I ହେଲେ ବିଜେଡି ଏଥର ନିରୋଦଙ୍କୁ ପ୍ରର୍ଥୀ ନକରିବାରୁ ଶେଷ ମୁହୁର୍ତ୍ତରେ ବିଜେପି ପାଖରେ ଆଉଜି ଟିକେଟ ନେଇ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି I ଯାହାକୁ ବେଇମାନି ବୋଲି କହୁଛନ୍ତି ବିଜେଡି କର୍ମି ବିଜେଡି ଡାକିଆଣି ଯାହାଙ୍କୁ ଏତେବଡ ପଦବି ଦେଇଥିଲା ସେ ନିଜ ସ୍ବାର୍ଥ ପାଇଁ ଦଳକୁ ଭୁଲିଜିବା ବେଇମାନି ବୋଲି କହୁଛନ୍ତି ବିଜେଡି କର୍ମୀ I ସେପଟେ ବିଜେପି ବିଜେଡିର ଜିତିଥିବା ପ୍ରାର୍ଥୀଙ୍କୁ ନେଇ ୪୫ ନମ୍ବର ଜୁନ ଦଖଲ କରିବାର ଅଙ୍କ କସୁଥିଲା ବେଳେ ବିଜେପିର ପୁରୁଣା କର୍ମିଙ୍କ ମଧ୍ୟରେ ତିବ୍ର ଅଶନ୍ତୋଷ ଦେଖିବାକୁ ମିଳିଛି I ନିରୋଦଙ୍କୁ ହରାଇବାକୁ ବିଜେପିର ଏକ ଅଣ୍ଡର କରେଣ୍ଟ କାମକରୁଥିବା ବେଳେ ନିରୋଦ ମୋବାଇଲ ନମ୍ବର ବଦଳାଇ ବିଜେଡିଦଳର ନେତା ନେତ୍ରିଙ୍କୁ ସେଟିଂ କରୁଛନ୍ତି I କିନ୍ତୁ ବର୍ତ୍ତମାନର ବିଜେଡି ପ୍ରାର୍ଥୀ ଜୟରାମ ରାଜନୀତିର ପୁରୁଣା ଖେଳାଳି କଉଠି ବାଘ ଅଛି କଉଠି ବିଲେଇ ଅଛି ତାଙ୍କୁ ସବୁଜଣା I ସେପଟେ ନିରୋଦ ପ୍ରଭା କେବଳ ଜୟରାମଙ୍କୁ ହରାଇ ସବୁଦିନ ପାଇଁ ବିଜେଡିରୁ କଣ୍ଟା ସଫାକରି ପୁଣି ବିଜେଡିକୁ ଫେରି ଆସିବେ ବୋଲି ଚର୍ଚା ହେଉଛି , ଆଉ କେହି କେହି କହୁଛନ୍ତି ନିରୋଦ ଜିତିଲେ ବିଜେଡିକୁ ଆସିବେ ହାରିଲେ ୨୪ ନିର୍ବାଚନର କିଛିଦିନ ପୂର୍ବରୁ ଆସିବେ , ଜଦି ଏହିସବୁ ଆଲୋଚନା ସତହୁଏ ଆମ୍ବ କେବଳ ବିଜେଡି ଖାଇବ ବିଜେପି ଭାଗ୍ୟରେ ଟାକୁଆବି ପଡିବନି ଭଳି ଉକ୍ତି ସତ ହେବ I ତେବେ କେବଳ ସମୟ କହିବ ଆଗାମି ଦିନରେ କଣ ହେବ I
