ନାମାଙ୍କନ ଦାଖଲର ଶେଷ ଦିନରେ କୋଭିଡ କଟକଣାର ଉଲ୍ଲଂଘନ

ରାୟଗଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଥିଲା ଶେଷ ଦିନ। ଶେଷ ଦିନରେ ଆଜି ସମସ୍ତ ରାଜନୈତିକ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିଥିଲେ ପ୍ରାର୍ଥୀ । ତେବେ ନାମାଙ୍କନ ଦାଖଲ ସମୟରେ କୋଭିଡ କଟକଣା ଉଲ୍ଲଂଘନ ହୋଇଛି । ଶହ ଶହ ସମର୍ଥକଙ୍କ ସହିତ ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକି ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ହୋଇଥିବା ଗାଇଡଲାଇନର ଖୋଲା ଉଲ୍ଲଂଘନ । ହେଲେ ଏହାକୁ ବିରୋଧ କରିବା ସହ ନିୟମ କିଭଳି ପାଳନ ହେବ ସେଥିପାଇଁ କେହି ଧ୍ୟାନ ଦେଇନଥିଲେ । ହାତଗଣତି ପୋଲିସ ମଧ୍ୟ ଶହ ଶହ ଲୋକଙ୍କୁ ଅଟକାଇବାରେ ବିଫଳ ହୋଇଛନ୍ତି । ଆଜି ରାୟଗଡା ଜିଲ୍ଲାରେ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ତା’ଭିତରେ ଏହିଭଳି ଭିଡ ଗୋଷ୍ଠୀ ସଂକ୍ରମଣ କରିବା ଆଶଙ୍କା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *