ଜୀବିତ ଶିଶୁକୁ ମୃତ ଘୋଷଣା ଘଟଣା, ଆଜି ନବଜାତକ ଶିଶୁଟିକୁ ମୃତ୍ୟୁ ଘୋଷଣା କଲେ ଡାକ୍ତର

ମୟୂରଭଞ୍ଜ : କରଞ୍ଜିଆରେ ଜୀବିତ ଶିଶୁକୁ ମୃତ ଘୋଷଣା ଘଟଣା । ଆଜି ମେଡିକାଲରେ ନବଜାତକ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ମୟୂରଭଞ୍ଜର ଘଟଣା ପୁରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରୁ ଆସିଥିଲା ଅଭାବନୀୟ ଦୃଶ୍ୟ । ଚିକିତ୍ସାଳୟରେ ଜନ୍ମ ନେଇଥିବା ଏକ ନବଜାତକ ଶିଶୁକୁ ମେଡ଼ିକାଲ କର୍ତ୍ତୃପକ୍ଷ ମୃତ୍ୟୁ ଘୋଷଣା କରିଥିଲେ । ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ଅନ୍ତିମ ସଂସ୍କାର କରିବାକୁ ନେବାବେଳେ ଛୁଆଟି କାନ୍ଦିଥିଲା । ସେତେବେଳେ ଜଣାପଡିଥିଲା ପିଲାଟି ବଞ୍ଚିଛି । ତେବେ ଶିଶୁଟିକୁ ପୁଣିଥରେ ଡାକ୍ତଖାନା ଅଣାଯାଇଥିଲା । ଆଜି ସକାଳୁ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *