କୋଭିଡ କାରଣରୁ ବୃଦ୍ଧି ପାଇବାରେ ଲାଗିଛି ମାନସିକ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର : ଗତବର୍ଷ ଭଳି ଏଥର କୋଭିଡକୁ ନେଇ ଲୋକେ ଆଉ ଛାନିଆ ହେଉ ନାହାନ୍ତି ସତ, କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମେଣ୍ଟାଲ ଡିସଅର୍ଡର ବା ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ଏମ୍ସ ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର । ସେ କହିଛନ୍ତି, ୨୦୨୧ ରେ ଓପିଡି ବନ୍ଦ ଥିବା ସମୟରେ ଦୈନିକ ପ୍ରାୟ ୭୦ ରୁ ୮୦ ଜଣ ବିଭିନ୍ନ ପ୍ରକାର ମାନସିକ ସମସ୍ୟା ପାଇଁ ଫୋନ କରୁଥିଲେ । ଏମାନଙ୍କ ମଧ୍ୟରୁ ୧୦ ରୁ ୧୫ ପ୍ରତିଶତ ଏଭଳି ବ୍ୟକ୍ତି ଥିଲେ ଯେଉଁମାନଙ୍କ ମାନସିକ ରୋଗ ନଥିଲା, କିନ୍ତୁ କୋଭିଡକୁ ନେଇ ସେମାନେ ଛାନିଆ ହୋଇ ପଡ଼ୁଥିଲେ । ସାମାନ୍ୟ ଥଣ୍ଡା, ଜ୍ବର କିମ୍ବା କୋଭିଡର କୌଣସି ଲକ୍ଷଣକୁ ନିଜେ ଅନୁଭବ କଲେ, ପରିବାରର କାହାକୁ କୋଭିଡ ହୋଇଗଲେ କ’ଣ ହେବ ଭାବି ଛାନିଆ ହୋଇଯାଉଥିଲେ । ନିଦ୍ରା ହୀନତାର ଶିକାର ହେଉଥିଲେ । କାଉନସେଲିଂ କରି ଲୋକେ ସୁସ୍ଥ ଏବଂ ସ୍ବାଭାବିକ ହୋଇ ଯାଉଥିଲେ । ଏବେ କୋଭିଡକୁ ନେଇ ଆଉ ଛାନିଆ ହେଉ ନାହାନ୍ତି । ମହାମାରୀରେ ନିଜ ଲୋକଙ୍କୁ ହରାଇବା, ଚାକିରି ଚାଲିଯିବା ସହିତ ଦୀର୍ଘଦିନ ଧରି କୋଭିଡ ଆକ୍ରାନ୍ତ ହେବା ଫଳରେ ସେମାନଙ୍କ ମଧ୍ୟରେ ମାନସିକ ରୋଗ ଜନିତ ସମସ୍ୟା ବୃଦ୍ଧି ପାଇଛି । ଏଥିପାଇଁ ସେମାନଙ୍କୁ କାଉନସେଲିଂ ସହିତ ମେଡିଟେସନ କରିବାକୁ ପରାମର୍ଶ ଦିଆଯାଉଛି ।

Leave a Reply

Your email address will not be published. Required fields are marked *