ପୋଷ୍ଟର ମାରିବେ ବିଜେଡି ବ୍ଲକ ସଭାପତି କମଳା କାନ୍ତ ଘଡେଇ

ସୋର : କୁହାଯାଏ ଆଉ କାହା ପାଇଁ ଖୁଳା ଯାଇଥିବା ଗାତରେ ଦିନେ ନିଜକୁ ପଡିବାକୁ ହୁଏ I ଯାହାର ଜ୍ବଳନ୍ତ ଉଦାହରଣ କମଳାକାନ୍ତ ଘଡେଇ (ବୁଲୁ) I ଏକଦା ସୋର ବିଧାୟକଙ୍କ ପାଖ ଲୋକ ସାଜି କେତେକାହା ବିରୁଦ୍ଧରେ ଚକ୍ରାନ୍ତ କେତେ କାହାଙ୍କୁ ବଳି ପକେଇଥିଲେ , କିନ୍ତୁ ଏଥର ସେ ଖୁଦ ବଳି ପଡିଗଲେ ବୋଲି ଚର୍ଚ୍ଚା ହେଉଛି I କମଳା କାନ୍ତ ଘଡେଇ ସୋର ବିଜେଡିର ବ୍ଲକ ସଭାପତି ପଦକୁ ଦଖଲ କରିରହିଥିବା ବେଳେ , ବିଧାୟକଙ୍କ ପାଖରେ ରହି ଜୟନ୍ତ ସ୍ବାଇଁ ଓ ବିଶ୍ବନାଥ ବେହେରାଙ୍କ ସହ ଆଉ କିଛି ନେତାଙ୍କୁ ଦଳରୁ ବାହାର କରିବାରେ ସଖ୍ୟମ ହୋଇଥିଲେ I ସେ ସରପଞ୍ଚ ରହିବା ସମୟରେ ଦୁର୍ନୀତିରେ ଛନ୍ଦିବା ଓ ଜିଲ୍ଲାପରିଷଦ ଜିତିବା ପରେ ଲୋକଙ୍କ ପାଖକୁ ନଯାଇ ୟୁନିକର୍ଣ୍ଣ ଗାଡିରେ ଟହଲ ମାରିବା ବିଧାୟକଙ୍କ ପାଖରେ ରହି କାନରେ କହିବା ମହଙ୍ଗା ପଡିବା ପରେ ଧିରେ ଧିରେ କୋଣ ଠେସା ହୋଇ ରହିଥିଲେ I ୟା ମଧ୍ୟରେ ଜୟନ୍ତ ବିଶୁ ଯୋଡି ପୁଣି ବିଜେଡିକୁ ଫେରି ଆସି ତାଙ୍କ ରାଜ ଚଳାଇ ଜୟନ୍ତ ଜିଲ୍ଲା ପରିଷଦ ଟିକେଟ ହାତେଇଥିବା ବେଳେ ବିଶୁ ନିଜେ ସରପଞ୍ଚରେ ଠିଆ ନହୋଇ ମଧ୍ୟ ନିଜ ପାଖ ଲୋକକୁ ଠିଆ କରାଇ ଖୁସିରେ କୁରୁଳୁ ଛନ୍ତି କିନ୍ତୁ ବିଚରା କମଳା ଓରଫ ବୁଲୁ କେହି କୂଳରେ ନହୋଇ ବିଜେପିକୁ ଜିବା ଶୁଣା ଯାଉଛି I ତେବେ ବୁଲୁଙ୍କ ବିଜେଡି ଛାଡିବା ବିଜେଡି ଦଳ ଉପରେ କିଛି କୁପ୍ରଭାବ ପକାଇ ବନି ବୋଲି ରାଜନୈତିକ ସମିଖ୍ୟକ କହୁଛନ୍ତି I ତେବେ ଜଦିବି ସେ ନଛାଡି ବିଜେଡିରେ ରୁହନ୍ତି ତାହାଲେ କାନ୍ଥ ବାଡ ବା ଗଛ ଇଲେକ୍ଟ୍ରି ଖୁଣ୍ଟରେ ପୋଷ୍ଟର ମାରିବା ସାର ହେବ ବୋଲି ଲୋକ କହୁଛନ୍ତି I

Leave a Reply

Your email address will not be published. Required fields are marked *