ବଣାଇ : ସୁନ୍ଦରଗଡ ଜିଲ୍ଲାରେ ଦ୍ରୁତ ଗତିରେ କୋଭିଡ ସଂକ୍ରମଣ ମାଡି ଚାଲିଥିବା ବେଳେ ଗତ ତା୧୪/୦୧/୨୦୨୨ରିଖ ଦିନ ବଣାଇ ବନଖଣ୍ଡ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ କୋଭିଡ ନମୂନା ସଂଗ୍ରହ କରାଯାଇ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ, ଆଜି ହଠାତ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ବଣାଇ ଉପଖଣ୍ଡ ଚିକିତ୍ସ୍ୟାଳୟକୁ ଯାଇ କୋଭିଡ ପରୀକ୍ଷା କରିବାକୁ ସେ ଦୁହେଁ ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନ ୨ଟା ରୁ ଆସନ୍ତା କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଫିସକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଏବଂ ସଂକ୍ରମିତ ଉଭୟ କର୍ମଚାରୀଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସଙ୍ଗରୋଧରେ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ବଣାଇ ଅଗ୍ନିଶମ ବିଭାଗ କର୍ମଚାରୀ ଶ୍ରୀ ନବୀନ ଚନ୍ଦ୍ର ମାଝୀ ଏବଂ ସୁଵୋଧ ଚନ୍ଦ୍ର ମାଝୀ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ଅଫିସକୁ ସାନିଟାଇଜ କରିଥିବା ଜଣାପଡ଼ିଛି ।
