ମୁମ୍ବାଇର ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ

ଭୁବନେଶ୍ୱର : ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଲେ ଓଡ଼ିଆ ଝିଅ ।  ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଜଗଜିତା ଦାସ ଓରଫ ରିସ୍ନା । ପିଲାବେଳୁ ତୁଳସୀ ଦୁଇ ପତ୍ର ବାସିଲା ପରି ତାଙ୍କର ପ୍ରତିଭା ଛୋଟବେଳୁ ଦେଖିବାକୁ ମିଳିଥିଲା । ବିଦ୍ୟାଳୟ, କଲେଜ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ଅଂଶ ଗ୍ରହଣ କରିଆସୁଥିଲେ ଜଗଜିତା । ଜଗଜିତା ଜଣେ ସଫ୍ଟୱେୟାର ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଭାବେ ୨ୟ ସ୍ଥାନ ଅଧିକାର କରିଛନ୍ତି ଓ ଓଡ଼ିଆଣୀ ବେଶଭୁସାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଢେଙ୍କାନାଳର ଝିଅ ଓଡ଼ିଶା ଓ ନିଜ ଜିଲ୍ଲା ଢେଙ୍କାନାଳ ପାଇଁ ଗର୍ବ ଆଣିଛନ୍ତି । ଆଗାମୀ ଦିନରେ ସବୁ ବର୍ଗର ଲୋକଙ୍କ ପାଇଁ ସେବା କରିବା ପାଇଁ କହିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟଳୟରେ ପହଞ୍ଚି ଜିଲ୍ଲପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତ କରିଥିଲେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟତ୍ରୀ ମଞ୍ଜୁଲତା ପାଣିଙ୍କ ଏକମାତ୍ର ସୁକନ୍ୟା ହେଉଛନ୍ତି ଜଗତଜିତା ଦାସ ।

Leave a Reply

Your email address will not be published. Required fields are marked *