କଣ୍ଟାବାଞ୍ଜି : ଗାଁରେ ମାଓ ପୋଷ୍ଟର । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଦାବିରେ ମରାଯାଇଛି ପୋଷ୍ଟର । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମରସିଂ ଗାଁରେ ମରାଯାଇଛି ପୋଷ୍ଟର । ଖବର ଅନୁଯାୟୀ, ଗାଁରେ ଲୋକମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରିବା, ଦୁର୍ନୀତି ଗ୍ରସ୍ତ ମିଛ ନିର୍ବାଚନକୁ ବର୍ଜନ କରିବା, ଗାଁର ବିକାଶ ପାଇଁ ଦାବି କରିବାକୁ ଉଲ୍ଲେଖ ରହିଛି । ପୋଷ୍ଟରରେ ଓଡିଆ ଭାଷାରେ ଲେଖା ହୋଇଛି । ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ ପକ୍ଷରୁ ପୋଷ୍ଟର ମରାଯାଇଛି । ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର-ପୋଷ୍ଟର ଜବତ କରିଛି । ଏହା ସହିତ ଘଟଣାରେ ତଦନ୍ତ ଜାରି ରହିଛି ।
