ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ

ନୂଆପଡା : ଯବାନଙ୍କ ଆତ୍ମହତ୍ୟା । ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ । ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା ବରକୋଟରେ ରହିଛି ଏକ ସିଆରପିଏଫ କ୍ୟାମ୍ପ । ଏଠାରେ ସୋମବାର ସକାଳେ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ମୃତ ଯବାନ ଜଣଙ୍କ ହେଲେ ରାମ ପ୍ରସାଦ । ତାଙ୍କ ଘର ଉତ୍ତର ପ୍ରଦେଶ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ କୋମନା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରୁଛି ।

Leave a Reply

Your email address will not be published. Required fields are marked *