ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ବ୍ରାହ୍ମଣସୁଆଁଲ ଗ୍ରାମରେ ବୋମାମାଡ । ଏକ ବିଲଡର ସଂସ୍ଥାର ଶ୍ରମିକମାନଙ୍କ ଅସ୍ଥାୟୀ ଘର ଉପରକୁ ରବିବାର ବିଳମ୍ବିତ ରାତ୍ରିରେ ବୋମାମାଡ ହୋଇଛି । ବୋମାମାଡରେ ତିନି ଜଣ ଶ୍ରମିକ ସାମାନ୍ୟ ଆହାତ ହୋଇଛନ୍ତି । ଅସ୍ଥାୟୀ ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି । ରବିବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ୪ଟି ବୋମା ଫିଙ୍ଗି ଫେରାର୍ ହୋଇଯାଇଥିଲେ । ପ୍ରଚଣ୍ଡ ଶବ୍ଦ କରି ଦୁଇଟି ବୋମା ଫୁଟିଥିଲା । ଅନ୍ୟ ଦୁଇଟି ବୋମା ଅଫୁଟା ଅବସ୍ଥାରେ ପଡ଼ି ରହିଥିଲା । ଜମି ବ୍ୟବସାୟର ମଧ୍ୟସ୍ଥିଙ୍କ ସହ ଟଙ୍କା ନେଣ ଦେଣକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
