ଵଣାଇ : ଵଣାଇ ମୁଖ୍ୟ ବଜାର ଦେଓଗାଁ ଛକ ଠାରୁ ଲଲେଇ ଛକର ପ୍ରାୟ ଅନେକ ହୋଟେଲ ପାନ କେବିନ ଠାରୁ ଆରମ୍ଭ କରି ଟୁନିଆପାଲି ଛକ ଠାରୁ ଦର୍ଜୀଂ ୧୪୩ ନଂ ଜାତୀୟ ରାଜପଥର ପ୍ରାୟ ସମସ୍ତ ଢ଼ାବାରେ ବିଦେଶୀ ମଦର ବନ୍ୟା । ତା ସହିତ ଲଲେଇ, ମୁଣ୍ଡା ଗାଁ, ବିଶିପାଲି, ଉପରପଡା, ବର୍ଡାବାହାଲ ପ୍ରଭୃତି ବିଭିନ୍ନ ଗ୍ରାମରେ ଖୁଲମଖୁଲା ସକାଳ ୬ଟା ରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବହୁଳ ଭାବରେ ଦେଶୀ ମହୁଲି ମଦ ବିକ୍ରି କରୁଥିବା ବେଳେ, ଅବକାରୀ ବିଭାଗ ଚୁପ୍ କାହିଁକି ? କଣ ପାଇଁ ଏମାନଙ୍କ ଉପରେ ଚଢାଉକୁ ଜୋରଦାର କରାଯାଉ ନାହିଁ ? କିମ୍ବା କୌଣସି ଆଖି ଦୃଷିଆ କାର୍ଯ୍ୟନୁଷ୍ଠାନ ନ ନେବା ଦ୍ବାରା ସେମାନେ ବେଫିକର ଭାବେ ମହୁଲି ମଦକୁ ବ୍ୟବସାୟରେ ପରିଣତ କରିସାରିଛନ୍ତି । ଯଦି ବି ଚଢାଉ କରାଯାଉଛି ତା ହେଲେ ବେପାରୀ ଆଗତୁରା ଖବର ପାଇ ଖସି ଯାଉଛି କେମିତି ? ନାଁ ମାସିକିଆ ବଟିନେଇ ବିଭାଗ ଚୁପ୍ ରହୁଛି ? ଏ ସବୁ ବର୍ତ୍ତମାନ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । କେବଳ ମାସକରେ ଗ୍ରାମାଞ୍ଚଳରେ ୪/୫ ଟି ଚଢାଉ କରି ୨/୪ ଜଣକୁ ଗିରଫ କରି କିଛି ମହୁଲ ପୋଡି ନଷ୍ଟ କରିଦେଲେ କାମ ଶେଷ । କିନ୍ତୁ ଗାଁ, ଗାଁରେ ମହୁଲି ମଦ ପିଇ ଅନେକ ଯୁବକଙ୍କ ରାସ୍ତା ଦୁର୍ଘଟଣାରେ ପ୍ରାଣ ଯିବା ସହିତ ଅନେକ ବିଭିନ୍ନ ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯାଉଛନ୍ତି । ଯଦ୍ଵାରା ଅନେକ ଗରିବ ପରିବାର ନିଜର ମୁଖ୍ୟ ଲୋକକୁ ହରାଇ ଵେସାହାରା ହେଉଥିବା ଦେଖିବାକୁ ମିଳିଛି । ତେଣୁ ଅବକାରୀ ବିଭାଗ କାମଚଳା ଚଢାଉ ନ କରି ବେଆଇନ ଭାବେ ଏ ସବୁ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
