ବନଖଣ୍ଡ ଅଧିକାରୀଙ୍କ ସତର୍କତା ମୂଳକ ପଦକ୍ଷେପ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ କୋଭିଡ ନମୂନା ସଂଗ୍ରହ

ବଣାଇ : ରାଜ୍ୟରେ କରୋନା ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ସୁନ୍ଦରଗଡ ଜିଲ୍ଲା ବର୍ତ୍ତମାନ ରାଜ୍ୟର ଦ୍ଵିତୀୟ ସଂକ୍ରମଣ ଜିଲ୍ଲା ହିସାବରେ ପରିଗଣିତ ହୋଇଅଛି । ଜିଲ୍ଲାରେ ଲଗାତାର ଭାବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବଣାଇ ଉପଖଣ୍ଡରେ ମଧ୍ଯ ସତର୍କତା ମୂଳକ ଲଦକ୍ଷେପ ଗ୍ରହଣ କରାଯାଇଛି । ଏଣୁ ବଣାଇ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ କୋଭିଡ ନମୂନା ସଂଗ୍ରହ କରାଯାଇଥିଲା । ସର୍ବମୋଟ ୪୮ ଜଣ କର୍ମଚାରୀଙ୍କ ନମୂନା ସଂଗ୍ରହ କରାଯାଇ (ଆର.ଟି.ପିସିଆର) ଟେଷ୍ଟ ନିମନ୍ତେ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି । ଏହାକୁ ସରସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ା. ଏସ.ପି.ବର୍ମାଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ସୁଧିରା ଲାକ୍ରା ପରିଚାଳନା କରିଥିବା ବେଳେ, ମମତା ମୟୀ ମଣିହିରା ସହାୟତା ପ୍ରଦାନ କରିଥିଲେ । ଆସନ୍ତା ୪୮ ଘଣ୍ଟା ପରେ ସଂଗୃହିତ ନମୁନାର ରିପୋର୍ଟ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *