ଭୁବନେଶ୍ବର : ପୁଣି ଏସ୍ଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ବ୍ୟବସାୟୀ । ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗି ସାହିରେ ଏସ୍ଟିଏଫର ଚଢାଉରେ ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ବ୍ରାଉନସୁଗାର ବେପାର ଅଭିଯୋଗରେ ରାଜକିଶୋର ସୁନ୍ଦରାୟ ଆଲିଆସ୍ ଗୁଟୁ ଗିରଫ କରିଛି ଏସ୍ଟିଏଫ୍ । ସେହିପରି ପୂର୍ବରୁ ମଧ୍ୟ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛି ଗୁଟୁ । ତେବେ ଗତ କିଛି ଦିନ ତଳେ ଜାମିନ୍ରେ ଆସିଥିଲା ଗୁଟୁ । ୨୦୨୦ ରୁ ଆଜି ଯାଏ ଏସ୍ଟିଏଫ୍ ୪୪ କେଜି ବ୍ରାଉନସୁଗାର ଜବତ କରିଛି । ଏହାସହ ୮୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୨୧ ଜଣ ବେପାରିଙ୍କୁ ଗିରଫ କରାଯାଇଛି ।
