ଯାଜପୁର : ଯାଜପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି । ଆଜିଠୁ ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ପୁଣି ଥରେ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଦୈନିକ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସିବା ସହ ମା’ ବିରଜାଙ୍କ ମନ୍ଦିରରେ ଭିଡ ଲଗାଉଛନ୍ତି । ସେହିପରି ଯାଜପୁର ସହରର କୁସୁମା ପାର୍କ ମଧ୍ୟ ସଂଧ୍ୟାରେ ବହୁ ଭିଡ ପରିଲକ୍ଷିତ ହେଉଛି । ବର୍ତ୍ତମାନ ସମୟରେ ଜିଲ୍ଲାରେ କୋଭିଡ ଉପର ମୁହାଁ ଥିବାବେଳେ ସଂକ୍ରମଣ ୬ ଶହ ପାର ହୋଇଛି । ତେଣୁ ଏପରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
