ବ୍ୟାଙ୍କ ଲକରରୁ କୋଟିଏ ଟଙ୍କାର ଗହଣା ଲୁଟ୍ ମାମଲାରେ ୫ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ବ୍ୟାଙ୍କ ଲକରରୁ କୋଟିଏ ଟଙ୍କାର ଗହଣା ଲୁଟ୍ ନେଇ ୫ ଗିରଫ । ଲୁଟ୍ ସାମଗ୍ରୀ ବି ଜବତ ନେଇ ସୂଚନା । ୨ ଟି ବାଇକ ଓ ଗୋଟିଏ କାର୍ ଜବତ । ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଗହଣା ଲୁଟିଥିଲେ ଦୁର୍ବୃତ୍ତ । ୪ ମୁଖା ପିନ୍ଧା ଦୁର୍ବୃତ୍ତ ୨ ଟି ବୁଲେଟରେ ଆସି ଟଙ୍କା ଓ ଗହଣା ଲୁଟିଥିଲେ । ଲୁଟେରାଙ୍କ ଆକ୍ରମଣରେ ବ୍ୟାଙ୍କର ୨ କର୍ମଚାରୀ ଆହତ ହୋଇଥିଲେ । ଢେଙ୍କାନାଳର ରାସୋଳ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ହୋଇଥିଲା । ରାସୋଳ ଥାନା ଠାରୁ ୨୦୦ ମିଟର ଥିବା ବ୍ୟାଙ୍କରୁ ଦିନ ଦ୍ୱିପ୍ରହାରରେ ମାରଣାସ୍ତ୍ର ଦେଖାଇ କର୍ମଚାରୀଙ୍କୁ ଆକ୍ରମଣ ସହ ଟଙ୍କା, ସୁନା ଓ ହାର୍ଡଡିସ୍କ ଲୁଟ କରିଥିଲେ । ଏକ କୋଠରୀରେ ସମସ୍ତ  କର୍ମଚାରୀମାନଙ୍କୁ  ବନ୍ଦକରି ଲୁଟିଥିଲେ ଲୁଟେରା । ଖବର ପାଇ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *