ଏମଜିଏନଆରଇଜିଏସ କାର୍ଯ୍ୟ ଫଳକରେ ବ୍ୟାପକ ତ୍ରୁଟି

ପାପଡାହାଣ୍ଡି : ଏମଜିଏନଆରଇଜିଏସ କାର୍ଯ୍ୟ ଫଳକରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବୋର୍ଡରେ ଅନ୍ୟ ବ୍ଲକର ନାମ ଲେଖାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏମଜିଏନଆରଇଜିଏସ କାର୍ଯ୍ୟରେ କାମ ଫଳକରେ  ଭୁଲ ତଥ୍ୟ ଦର୍ଶାଇ  କାମ କରାଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁଗୁଡା ଗ୍ରାମଠାରୁ ସ୍ମଶାନ ରାସ୍ତା ନିର୍ମାଣ କାର୍ଯ୍ୟରେ । ପାପଡାହାଣ୍ଡି ବ୍ଲକ ଅଧୀନରେ ଥିବା ଡଙ୍ଗରା ଗ୍ରାମପଞ୍ଚାୟତକୁ  କାର୍ଯ୍ୟ ଫଳକରେ କୋଷାଗୁମଡା ବ୍ଲକ ବୋଲି ଦର୍ଶାଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୦-୨୧ ରେ ୮ ଲକ୍ଷ ଟଙ୍କା ବ୍ୟୟରେ ଭେଲୁଆଁଗୁଡା ରାସ୍ତା କାମ ଜାରି ରହିଛି । ଏହାର ୱର୍କ କୋଡ଼ ୧୦୪୫୪୪୮୦ ରହିଛି । ପାପଡାହାଣ୍ଡି ବ୍ଲକ ବଦଳରେ ସୂଚନା ଫଳକରେ କୋଷାଗୁମୁଡା ଲେଖାହେବା ଲୋକଙ୍କ ସନ୍ଦେହ ବଢ଼ାଇଦେଇଛି । ଏହାର ପ୍ରକୃତ ତଦନ୍ତ ଦାବି ହୋଇଛି । ଏ ନେଇ ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ସେ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *