ମୟୁରଭଞ୍ଜ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ବାରିପଦା ପୋଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟ୍ ଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ । ଏକାସାଙ୍ଗରେ ୬ଟି ସ୍ଥାନରେ ଚଢାଉ ହେଉଥିବା ଜଣାପଡିଛି । ରାଉରକେଲା ଛେଣ୍ଡ କଲୋନୀସ୍ଥିତ ଶ୍ବଶୁର ଘର, ବାରିପଦା କ୍ବାଟର, ଭଞ୍ଜପୁର ସ୍ଥିତ ନିଜ ଘର, ବଡସାହି ପୈତୃକ ଘର, ଅମ୍ବିକା ସାହି ସ୍ଥିତ ଦୋକାନ ଘର, ବଡସାହି ସ୍ଥିତ ଗ୍ୟାସ ଗୋଦାମ ଗୃହରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଚଢାଉରେ କଟକ ସେଲର ୩୫ ଜଣିଆ ଟିମ ସାମିଲ ଥିବା ଜଣାପଡିଛି ।
