କେନ୍ଦୁଝର : ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୪ ଦୋକାନ । ଏପରି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ମୋଟିବନ୍ଧ ସ୍କୁଲ ନିକଟରେ । ସୂଚନାନୁସାରେ, ମୋଟିବନ୍ଧ ସ୍କୁଲ ନିକଟରେ ଏକ ଭେଣ୍ଡିଂ ଜୋନ୍ ରହିଛି । ଜୋନରେ ଥିବା କିଛି ଦୋକାନରେ ସୋମବାର ବିଳମ୍ବିତ ରାତ୍ରରେ ନିଆଁ ଲାଗି ଯାଇଥିଲା । ଫଳରେ ୪ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
