ବିମାନ ବନ୍ଦରରେ ଜରୁରୀ କାଳୀନ ଅବତରଣ କଲା ବିମାନ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୭ ଟା ୨୬ ମିନିଟରେ ଏକ ବିମାନ ଜରୁରୀ ଅବତରଣ କରିଥିଲା । ଏୟାର ଏସିଆ ବିମାନ ନଂ ଆଇଏଡି ୧୫୩୧, ଏ୩୨୦ ରାଞ୍ଚିରୁ ଚେନ୍ନଇ ଉଡ଼ାଣ କରୁଥିବାବେଳେ ମଝି ଆକାଶରେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ବିମାନକୁ ଚାଳକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ । ଯାତ୍ରୀ ଜଣଙ୍କ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏ ସଂକ୍ରାନ୍ତରେ ବିମାନ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥି‌େ‌ଲ । ବିମାନ ଅବତରଣ ପରେ ରୋଗୀ ବୁହା ଯାନରେ ଅସୁସ୍ଥ ଯାତ୍ରୀ ବସନ୍ତ କୁମାର ପାଶ୍ବାନଙ୍କୁ ରାଜଧାନୀ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଅସୁସ୍ଥ ଯାତ୍ରୀଙ୍କ ସହ ୩ଜଣ ପରିବାର ସଦସ୍ୟ ଥିବାବେଳେ ମୃତ ଶରୀରକୁ ଡାକ୍ତରଖାନାରେ ରଖାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *