କୋଣାର୍କ ମନ୍ଦିର ବାଲି ଚୋରି ଘଟଣାରେ ସିଲ୍‌ ହେଲା ସମ୍ପୃକ୍ତ ଅଞ୍ଚଳ

ଗୋପ : କୋଣାର୍କ ସୂର୍ଯ୍ୟ ମନ୍ଦିର ସଂଲଗ୍ନ ବାଲିବନ୍ତକୁ ମୂଳପୋଛ କରିଦେବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଛି । ବାଲିବନ୍ତ ତାଡ଼ି ନେବା ପରେ ମନ୍ଦିରର ମୂଳଦୁଆ ବିପଦଗ୍ରସ୍ତ ହୋଇପଡ଼ିଛି । ମାସାଧିକ କାଳ ଏଭଳି କାର୍ଯ୍ୟକଳାପ ଚାଲିଥିଲେ ହେଁ ଡେରିରେ ହେଉ ପଛେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ବାଲି ଚୋରି ହେଉଥିବା ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି । ସେଠାରେ ଥିବା ଏକ ଜେସିବି ଜବତ କରାଯିବା ସହ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି ବୋଲି ଗୋପ ତହସିଲଦାର ସେକ୍‌ ସାଗୀର କହିଛନ୍ତି । ତହସିଲଦାର ସେକ୍‌ ସାଗୀର୍‌ କହିଛନ୍ତି ଯେ ଏନେଇ ଏକ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଛି । ସ୍କ୍ବାଡ୍‌ରେ ରାଜସ୍ବ ନୀରିକ୍ଷକ, ପୁଲିସ୍‌ କର୍ମୀ ରହିଛନ୍ତି । ସମ୍ପୃକ୍ତ ଅଞ୍ଚଳ ଏବେ ନିୟନ୍ତ୍ରଣରେ ରହିଥିବା ବେଳେ ସ୍କ୍ବାଡ୍‌ ପ୍ରତିଦିନ ଏହା ଉପରେ ନଜର ରଖିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *