ପୋଷ୍ଟମାଷ୍ଟରଙ୍କୁ ଅପହରଣ ଅଭିଯୋଗ ଆଣିଲେ ପରିବାରଲୋକେ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ପିସ୍କା ପଙ୍ଗା ପଞ୍ଚାୟତର ପୋଷ୍ଟମାଷ୍ଟର ମାନସ ହିକକାଙ୍କୁ ଅପହରଣ ଅଭିଯୋଗ । କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମାନସଙ୍କ ଘର ମୁନିଗୁଡା ଥାନା କନ୍ଧହୀରବା ଗାଁ ବୋଲି ଜଣାପଡ଼ିଛି । ଗତ ୫ ତାରିଖରୁ ସେ ନିଖୋଜ ହୋଇଯାଇଛନ୍ତି । ସେ ବିଷମ କଟକ ଥାନା ରାଶିକଲା ପଞ୍ଚାୟତରୁ ଡୁକୁମ ଯିବା ପାଇଁ ବାହାରି ଥିଲେ ହେଲେ  ଆଉ ଘରକୁ ଫେରି ନଥିଲେ । ପରିବାରଲୋକେ ଓ ଗ୍ରାମବାସୀ, ବହୁ ଖୋଜା ଖୋଜି କରିବା ପରେ ବିଷମ କଟକ ଥାନାକୁ ଜଣାଇଥିଲେ । ପରେ ବିଷମ କଟକ ପୋଲିସର ଏକ ଟିମ୍ ତଦନ୍ତ ପାଇଁ ଯାଇ ଥିବା ବେଳେ ରାସ୍ତା କଡ଼ରୁ ତାଙ୍କ ବାଇକ୍ ଉଦ୍ଧାର କରିଛି । କିନ୍ତୁ ମାନସଙ୍କ  ଏ ଯାଏଁ କୌଣସି ପତ୍ତା ମିଳିନାହିଁ ।  ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *