ବଲାଙ୍ଗୀର : ନାଇଟ୍ କର୍ଫ୍ୟୁ ସମୟରେ ନିଶାସକ୍ତ ଯୁବକଙ୍କ ତୁମୁଳ କାଣ୍ଡ । ପୋଲିସ ସଚେତନ କରୁଥିବା ବେଳେ ଗାଳିଗୁଲଜ କରି ଆକ୍ରମଣ କଲେ ୩ ଜଣ ଯୁବକ । ଦୁଇ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ନାଇଟ କର୍ଫ୍ୟୁକୁ କଡାକଡି କରାଯାଇଛି । ପ୍ରଥମ ଦିନରେ ଲୋକଙ୍କୁ ସଚେତନ କରି ଛାଡୁଥିବା ବେଳେ ଘଟିଛି ଅଭାବନୀୟ ଘଟଣା । ସହରର ପାଟଣା ଛକଠାରେ ବାଇକରେ ବିନା ମାସ୍କରେ ବୁଲୁଥିବା ୩ ଜଣ ଯୁବକକୁ ପଚରାଉଚୁରା କରିବା ସହ ମାସ୍କ ବ୍ୟବହାର କରିବାକୁ କହିଥିଲା ପୋଲିସ । ସେହି ସମୟରେ ନିଶାଶକ୍ତ ୩ ଜଣ ଯୁବକ ପୋଲିସକୁ ଗାଳିଗୁଲଜ ଆରମ୍ଭ କରିଥିଲେ । ପରେ ନିଶାସକ୍ତ ୩ ଯୁବକଙ୍କୁ ଫାଇନ କାଟିବାକୁ କହିବା ସମୟରେ ପୋଲିସ ଉପରକୁ ସେମାନେ ଆକ୍ରମଣ କରିଥିଲେ । ଆହୁରି ମଧ୍ୟ ୩ ଜଣ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଟାଉନ ଥାନା ଆଇଆଇସିଙ୍କ ସହ ଏସଡ଼ିପିଓ ଓ କିଛି ଷ୍ଟାଫ ମିଶି ଯୁବକଙ୍କୁ କାବୁ କରି ଥାନାକୁ ନେଇ ଥିଲେ । ସେଠାରେ ଯୁବକଙ୍କୁ ପାଖରୁ ଗୋଟିଏ ଛୁରୀ ଜବତ କରାଯାଇଥିଲା ।ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
