ହାତୀ ପାଇଁ ଭୟଭୀତ ଲୋକେ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାଳିଆଗୁଡା ଗାଁ ନିକଟସ୍ଥ ପାପିବାଲି ଡଙ୍ଗରରେ ଜଙ୍ଗଲୀ ହାତୀ । ହାତୀକୁ ଦେଖି ଗାଁଲୋକେ ଭୟଭୀତ ହୋଇଥିବା ଜଣାପଡିଛି । ଏନେଇ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନପାଳ ଦୀନବନ୍ଧୁ ଶବର, ହାତ ସ୍ୱାର୍ଡ ଦଳ  ପ୍ରମୁଖ ପହଞ୍ଚିଥିଲେ । ହାତୀକୁ ଠାବ କରିବା ସହ ଘଉଡାଇବାକୁ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ହାତୀଗୁଡିକ ସୁରୁମୁଳି ଦେଇ କଳାହାଣ୍ଡି ସୀମାନ୍ତ ଚାଲିଯାଇଥିବା ବନପାଳ କହିଛନ୍ତି । ହାତିମୁଣ୍ଡା, କାଳିଆଗୁଡା, କାଙ୍ଗସିରି, କୁଲୁମୁହିଁ, ସୁରୁମୁଲି, ପେଡିପଦର ଅଞ୍ଚଳରେ ସଚେତନତା କରାଯାଇଛି । କୌଣସି ଲୋକମାନେ ନିକଟସ୍ଥ ଜଙ୍ଗଲକୁ ଯିବେନାହିଁ, ନିଆଁ ଲଗାଇବିରକ୍ତ, ଗାଳି କରିବନାହିଁ, ବାଜା ବଜାଇ ବିରକ୍ତ କରିବ ନାହିଁ ସଙ୍ଗେ ସଙ୍ଗେ ସୂଚନା ଦେବା ପାଇଁ କହିଛନ୍ତି । ଏଥିରେ ଗୋଟିଏ ଦନ୍ତା ଓ ଅନ୍ୟଟି ମାଈ ହାତୀ ରହିଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *