ମୁନିଗୁଡା : ଟ୍ରେନରୁ ପଡି ଗୁରୁତର ହେଲେ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ ରେଳ ଫାଟକ ନିକଟରେ । ସୂଚନାନୁସାରେ, ଟ୍ରେନରୁ ପଡି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଟ୍ରେନରୁ ଖସି ପଡିବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କର ଗୋଟିଏ ହାତ ଓ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି । ସେ ସୁରଟରୁ ଗଞ୍ଜାମ ଜିଲ୍ଲା ନାହାଡା ଗ୍ରାମକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ଗୁରୁତର ଯୁବକ ହରିବନ୍ଧୁ ବାରିକ ବୋଲି ଜଣାପଡିଛି ।
