ଆଠଗଡ : ଆଠଗଡ଼ ବନଖଣ୍ଡ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଗମେଇଁ ଗାଁ ପାଖ ମହାନଦୀରେ କୁମ୍ଭୀର ଆତଙ୍କ । ଗତ କିଛିଦିନ ତଳେ ନରସିଂହପୁର ବ୍ଲକ୍ ଡିମିରିଆ, ଘୋରାଡ଼ିଆ, ଏକଡ଼ାଳ ପରେ ଏବେ ବଡ଼ମ୍ବା ବ୍ଲକ୍ ଗମେଇଁ ଗ୍ରାମର ମହାନଦୀ କୂଳରେ କୁମ୍ଭୀର ଦେଖିବାକୁ ମିଳିଛି । ସାତକୋଶିଆ ଗଣ୍ଡରୁ କୁମ୍ଭୀର ପଳାଇ ଆସି ମା ଭଟ୍ଟାରିକା ପୀଠକୁ ଲାଗିଥିବା ମହାନଦୀ କୂଳ ଏବଂ ବାଲିରେ ବୁଲୁଥିବା ଦେଖିବାକୁ ମିଳିଛି । ଏହା ଦେଖି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଏହି ଅଞ୍ଚଳର ଲୋକମାନେ ମହାନଦୀ ଉପରେ ନିର୍ଭର କରୁଥିବା ବେଳେ କୁମ୍ଭୀର ପାଇଁ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।ବନବିଭାଗ ପକ୍ଷରୁ କୌଣସି ପ୍ରକାରର ସଚେତନତା ତ ଦୂରର କଥା ଏମିତିକି ସୂଚନା ଫଳକଟିଏ ଲଗାଯାଇନଥିବା ନେଇ ସ୍ଥାନୀୟ କୋକମାନେ ଅସୋନ୍ତୋଷ ପ୍ରକାଶ କରିଛନ୍ତି ।
