ଦେବଗଡ : ବାଘ ଛାଲ ଜବତ । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ୍ ଅନ୍ତର୍ଗତ ବରଘାଟ ଗ୍ରାମରେ ଏସଟିଏଫ ଓ ବନବିଭାଗ ଗୋଟିଏ ବାଘଛାଲ ସମେତ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରିଛି । ସୂଚନାନୁସାରେ, ବରଘାଟ ଗ୍ରାମରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିଲା । ଏହି ସମ୍ପର୍କରେ ଏସଟିଏଫ ସୂଚନା ପାଇବା ପରେ ମଦନ କୁମାର ଜୟପୁରିଆଙ୍କ ଘରେ ଚଢଉ କରିଥିଲା । ଚଢଉ ସମୟରେ ମଦନଙ୍କ ପାଖରେ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଥିବା ଜଣାପଡିଥିଲା । ସମସ୍ତ ବନ୍ୟଜନ୍ତୁଙ୍କ ଦେହାବଶେଷ ସମେତ ମଦନଙ୍କୁ ଅଟକ ରଖାଯାଇଛି । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଟକ ମଦନଙ୍କ ସ୍ବାସ୍ଥ୍ୟଅବସ୍ଥା ଯାଞ୍ଚ କରାଯାଇଛି । ଏନେଇ ଏସଟିଏଫ ଓ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତିସେ ନେଇ ଅନୁସନ୍ଧାନ କରାଯାଉଛି ।
