ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୬ ଡାକ୍ତରୀ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

କୋରାପୁଟ : କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୬ ଡାକ୍ତରୀ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ କୋରାପୁଟ ମେଡିକାଲ କଲେଜର କୋଭିଡ ହସ୍ପିଟାଲରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଥିବା ମେଡିକାଲ କଲେଜର ଡିନ କୃଷ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି । ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନେ ରହୁଥିବା ଗୋଟିଏ ଫ୍ଲୋରକୁ ମଧ୍ୟ ସିଲ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ‌କେହି ବାହାର ଫେରନ୍ତା ନାହାନ୍ତି । ଅନ୍ୟପକ୍ଷରେ ବୁଧବାର କୋରାପୁଟରୁ ୩ ଜଣଙ୍କର ରିପୋର୍ଟ ପିଜିଟିଭ୍‌ ଆସିଛି । ଜୟପୁର ପୌରାପାଳିକାରୁ ଜଣେ, ସୁନାବେଢାରୁ ଜଣେ ଓ କୋରାପୁଟ ପୌରାଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଏବେ କରୋନା ସହ ୧୯ ଲଢୁଥିବାବେଳେ ୧୯ ହଜାର ୧୯୮ ଜଣ କରେନା ଚିହ୍ନଟ ହୋଇସାରିଛନ୍ତି । ଏବେ ସୁଦ୍ଧା ୧୯୦୯୯ କରୋନାକୁ ହରାଇ ଥିବାବେଳେ ୮୦ ଜଣଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *