ପାରାଦ୍ୱୀପ : ତୈଳ ବିଶୋଧନାଗାର କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଏକ ବିଶାଳ ଶ୍ରମିକ ସମାବେଶ ଆୟୋଜିତ ହୋଇଯାଇଛି । ଏହି ସମାବେଶ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ କାର୍ଯ୍ୟାଳୟ ଜ଼ୀରୋ ପଏଣ୍ଟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ସଭା ସ୍ଥଳରେ ପହଞ୍ଚି ଥିଲା । ବିଶୋଧନାଗାର କାର୍ଯ୍ୟାଳୟ ନିକଟରେ ଆୟୋଜିତ ପ୍ରତିବାଦ ସଭାରେ ବିଜୁ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ, ମନ୍ତ୍ରୀ ଶ୍ରୀ ପ୍ରତାପଙ୍କ ଜେନା, ଶ୍ରୀମତୀ ଉଷା ଦେବୀ, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମଲ୍ଲିକ, ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମୁଖ୍ୟର ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ, ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ, ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ମହିଳା ବିଜୁ ଜନତା ଦଳର ସଭାପତି ଶ୍ରୀମତୀ ମିନତୀ ବେହେରା, ପ୍ରମୁଖ ଯୋଗ ଦେଇଥିଲେ । ବିଶୋଧନାଗାର କର୍ତ୍ତୃପକ୍ଷଙ୍କର ଶ୍ରମିକ ମାରଣ ନୀତିର କଡା ସମାଲୋଚନା କରିଥିଲେ । ଏହି ସଭାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଯୋଗଦେଇଥିଲେ ।
