ଜଳିଗଲା ବ୍ୟାଟେରୀ ବାଇକ ସୋରୁମ

ସୋନପୁର : ଜଳିଗଲା ବ୍ୟାଟେରୀ ବାଇକ ସୋରୁମ । ସୋନପୁର ଜିଲ୍ଲା ବିରମହାରାଜପୁରରେ ଥିବା ସତ୍ୟନାରାୟଣ ମୋଟର୍ସରେ ଘଟିଛି ଏହି ଅଘଟଣ । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ସହ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୌଣସି କାରଣରୁ ସୋରୁମ୍‌ ଭିତରୁ ଧୂଆଁ ବାହାରୁଥିଲା । ଏହା ଦେଖି କିଛି ଲୋକ ତୁରନ୍ତ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ସଟର ଖୋଲିବା ବେଳକୁ ପୁରା ସୋରୁମ୍‌ ଯାକ ନିଆଁ ଲାଗିଯାଇଥିଲା । ସୋରୁମ୍‌ ଭିତରେ ଥିବା ୨୧ ଟି ବାଇକ୍‌କୁ ଗୋଟିଏ ପରେ ଗୋଟିଏ ବାହାରକୁ ଆଣିଥିଲେ । ସେପଟେ ଅଗ୍ନିଶମ ବାହିନୀ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ବାହାରକୁ ଆସିଥିବା ୨୧ ବାଇକ୍‌ ମଧ୍ୟରୁ ୨୦ ଟି ବାଇକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି଼ ପାଉଁଶ ହୋଇଯାଇଥିବା ଅଭିଯୋଗ ଆସିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି ।

Leave a Reply

Your email address will not be published. Required fields are marked *