ମୃତ ହାତୀଛୁଆ ଉଦ୍ଧାର

ତାଳଚେର : ଅନୁଗୋଳ ଜିଲା ତାଳଚେର ବ୍ଲକର ସନ୍ଥପଡ଼ା ପଞ୍ଚାୟତ ଅନ୍ତର୍ଗତ ଦାସନାଳୀ ଗ୍ରାମ ନିକଟରେ ଥିବା ଆଶପଣ୍ଡ ପୋଖରୀ ନିକଟରୁ ମଙ୍ଗଳବାର ଅପରାହ୍ଣରେ ଏକ ମୃତ ହାତୀଛୁଆକୁ ବନ କର୍ମଚାରାମାନେ ଉଦ୍ଧାର କରିଥିବା ଜଣାଯାଇଛି । ଅଞ୍ଚଳବାସୀ ମୃତଦେହ ଦେଖି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳକୁ ତାଳଚେର ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର ରାଉତ ଓ ବନ କର୍ମଚାରୀମାନେ ଯାଇ ହାତୀ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି । ହାତୀ ଛୁଆଟିର ବୟସ ପ୍ରାୟ ୩ ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଥିଲା ବେଳେ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା ସଠିକ୍‍ ତଥ୍ୟ ମିଳିପାରି ନାହିଁ । ଗତକାଲି ଏହି ଛୁଆଟି ହାତୀ ପଲଙ୍କ ସହିତ ଦାସନାଳୀ ଅଞ୍ଚଳରେ ବୁଲୁଥିଲା ବୋଲି ବନ କର୍ମଚାରୀମାନେ ପ୍ରକାଶ କରିଥିଲା ବେଳେ ଆଜି ତାର ମୃତ୍ୟୁ ହେବା ଘଟଣା ନେଇ ବନ ବିଭାଗ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି । ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ସହ ତାହାର ମଳକୁ ପରୀକ୍ଷା ପାଇଁ ପଠାଯିବ ବୋଲି ବନ ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *