ବଜ୍ରକାପ୍ତା ଉଦ୍ଧାର, ବେପାରୀ ଗିରଫ

ଭୁବନେଶ୍ବର : ଗୁଇନ୍ଦା ତଥ୍ୟକୁ ଆଧାର କରି ସ୍ବତନ୍ତ୍ର କାର୍ଯ୍ୟବଳର ଏକ ଦଳ ମଙ୍ଗଳବାର ସକାଳେ ବରଗଡ଼ ଭେଡେନ୍‌ରୋଡ୍‌ ନେଗିପାଲ୍ଲୀ ଖାନ୍‌ସୁମେନ୍ ଦେବୀ ମନ୍ଦିର ନିକଟରେ ଚଢ଼ଉ କରି ଜଣେ ଯୁବକକୁ କାବୁ କରି ପଚରାଉଚରା କରିଥିଲା । ଯୁବକଙ୍କ ନିକଟରୁ ଏକ ବଜ୍ରକାପ୍ତା ଜବତ କରାଯାଇଥିଲା । ବନ୍ୟଜନ୍ତୁ ଚୋରା ବ୍ୟବସାୟୀ ଜଗତ ଥେଲା ନାମକ ଏହି ଯୁବକର ଘର ଭେଡେନ୍ ଥାନା ଅଧୀନ ନେଗିପାଲ୍ଲୀ । ସ୍ବତନ୍ତ୍ର କାର୍ଯ୍ୟବଳର ଦଳ ବରଗଡ଼ ବନ ଅଧିକାରୀଙ୍କ ସହଯୋଗରେ ଏହି ଚଢ଼ଉ କରିଥିଲା । ଜବତ ବଜ୍ରକାପ୍ତାକୁ ଜିଲା ବନ ଅଧିକାରୀଙ୍କ ଜିମା ଦିଆଯାଇଛି । ଗିରଫ ଜଗତ ବିରୋଧ ବନ ବିଭାଗ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି । ୨୦୨୦ ରୁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟବଳ ୯ ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୧୫ କିଲୋଗ୍ରା ବଜ୍ରକାପ୍ତା କାତି ଜବତ କରିଛି ।

Leave a Reply

Your email address will not be published. Required fields are marked *