ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଲାଗୁ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ

ଧର୍ମଗଡ : କଳାହାଣ୍ଡି, ଧର୍ମଗଡ-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଲାଗୁ ଦାବି କରି ଆଦିବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓଡିଶା ଆଦିବାସୀ ସଂଘ ତରଫରୁ ଦିଆ ଯାଇଥିବା ଓଡିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ପାଳନ କରାଯାଉଛି l ସକାଳ ୮ ରୁ ୨ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ କରିବା ପାଇଁ ଆଦିବାସୀ ସଂଘ ତରଫରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *