ଜଗତସିଂହପୁର : ପାଇଖାନା ଆବଣ୍ଟନରେ ଦୁର୍ନୀତିର ଆଉ ଏକ ଫର୍ଦ୍ଦ । ମିଛ ବିଲ କରି ଲୋକଙ୍କ ନାଁରେ ଉଠିଛି ଲକ୍ଷ ଲକ୍ଷ ଟଙ୍କା l ଲୋକମାନେ ଏନେଇ ଅଭିଯୋଗ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ଯଦି ହିତାଧିକାରୀ ପାଇଖାନା ଟଙ୍କା ପାଇନାହାନ୍ତି ତେବେ ଏ ଅର୍ଥ ହଡପ କଲା କିଏ । ଜଗତସିଂହପୁର କୁଜଙ୍ଗ ବ୍ଲକର ଅଗପାଳ ପଞ୍ଚାୟତରୁ ଏ ରିପୋର୍ଟ l ପାଇଖାନା ଆବଣ୍ଟନରେ ଦୁର୍ନୀତିର ଆଉ ଏକ ଫର୍ଦ୍ଦ । ଲୋକଙ୍କ ନାଁରେ ଉଠିଛି ଲକ୍ଷାଧିକ ଟଙ୍କା କିନ୍ତୁ ଜାଣିନାହାନ୍ତି ହିତାଧିକାରୀ । ଟଙ୍କା ହଡପ କରିଛନ୍ତି ସରକାରୀ ଅଧିକାରୀ ! ପ୍ରଥମେ ଏରସମା ପରେ ତୀର୍ତ୍ତୋଲ ଏବଂ ଏବେ କୁଜଙ୍ଗ ବ୍ଳକରେ ପାଇଖାନା ଆବଣ୍ଟନରେ ମହାଦୁର୍ନୀତି ଅଭିଯୋଗ l କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତବାସୀ ଆଣିଛନ୍ତି ଏଇ ଅଭିଯୋଗ । ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ଲୋକଙ୍କ ନାରେ ପାଇଖାନା ପାଇଁ ବିଲ ହୋଇଛି । କିନ୍ତୁ ଏହାର ଟେର ପାଇ ନାହାନ୍ତି ହିତାଧିକାରୀ । ସରକାରୀ ସହାୟତା ମିଳିଲେ ପାଇଖାନା ଟିଏ କରିବେ ବୋଲି ଅପେକ୍ଷା କରିଥିବା ବେଳେ ତାଙ୍କ ପଇସା କିଏ ହଡପ କରିନେଇଛି । ସରକାରୀ ସହାୟତା ପାଇ ନଥିବା ଗରିବ ହିତାଧିକାରୀ ଏବେବି ସହାୟତା ଅପେକ୍ଷାରେ । ସେପଟେ ତାଲିକାରେ ତମ ନାଁ ନାହିଁ ତେଣୁ ସହାୟତା ମିଳିବନି କହି ବାରବାର ଫେରାଇ ଦେଉଛନ୍ତି ସରକାରୀ ବାବୁ। ବିଭାଗୀୟ ଯନ୍ତ୍ରୀ ଓ ପୂର୍ବତନ ବିଡ଼ିଓଙ୍କ ମିଲିଭଗତରେ ଅର୍ଥ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ସ୍ୱଚ୍ଛ ଭାରତ ଅଭିଯାନରେ ରାଜ୍ୟକୁ ମିଳୁଛି କୋଟିକୋଟି ଟଙ୍କାର ସହାୟତା । ମାତ୍ର କିଛି ଦୁର୍ନୀତିଖୋରଙ୍କ ପାଇଁ ଅର୍ଥ ହେଉଛି ବାଟବଣା । ଏଠି ପ୍ରଶ୍ନ ଉଠୁଛି ଏହି ହେରଫେର ପାଇଁ ଦାୟି କିଏ ? ବାରମ୍ବାର ଅଭିଯୋଗ ପରେ ବି କାହିଁକି କିଛି ପଦକ୍ଷେପ ନେଉ ନାହାନ୍ତି ସରକାର ? କାହା ପାଇଁ ଟୟଲେଟ ସହାୟତା ?
