ଚାଷୀ ଉପରେ ଦାଉ ସାଜୁଛନ୍ତି ଜଙ୍ଗଲି ହାତୀ ପଲ

ବିନିକା : କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଜଙ୍ଗଲି ହାତୀ ପଲ ଚାଷୀ ଉପରେ ଦାଉ ସାଜୁଛନ୍ତି l ସନ୍ଧ୍ୟା ହୋଇଗଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅଞ୍ଚଳରେ ଜଙ୍ଗଲୀ ହାତୀ ପଲଙ୍କ ପ୍ରାଦୃର୍ଭାବ ବୃଦ୍ଧି ପାଇବାରେ ଲାଗିଛି l ବିକ୍ରି କରିବା ପାଇଁ ଧାନଖଳା ଗୁଡିକରେ ରଖା ହୋଇଥିବା ଶହ ଶହ ବସ୍ତା ଧାନକୁ ଖାଇ ଦାଉଛନ୍ତି ହାତୀପଲ ।  ଆଉ କେଉଁଠି ଏକର ଏକର ପନିପରିବା ଚାଷ ନଷ୍ଟ କରିଦେଉଛନ୍ତି ଗଜରାଜ l  ୭ ଦିନ ହେଲା ହାତୀପଲ ବିନିକା ଅଞ୍ଚଳରେ ରହି ଆତଙ୍କ ଚଳାଉଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ଏହାସହ ହାତୀ ଘଉଡାଇବା ପାଇଁ ମଧ୍ୟ ସେମାନେ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *