ନୀଳଗିରି : ଜଳିଗଲା ଦୋକାନ । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋପୀନାଥପୁର ଛଜରେ । ସୂଚନାନୁସାରେ, ଗୋପୀନାଥପୁର ଛକରେ ବାଇଧର ସିଂ ଏକ ଘୁମୁଟିରେ ସାଇକେଲ ମରାମତି ଦୋକାନ କରିଛନ୍ତି । ତାଙ୍କ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡ ଘଟିବାରୁ ତାଙ୍କର ସମସ୍ତ ସାମଗ୍ରୀ ପୋଡି ଯାଇଛି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କର ଏହା ନିଜସ୍ୱ ଗ୍ରାମ ହୋଇଥିବାରୁ ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଛନ୍ତି । ତେବେ ବାଇଧରଙ୍କ କାହା ସହ ପୁର୍ବ ଶତ୍ରୁତା ନଥିବା ବେଳେ ଏଭଳି ନିଆଁ ଲାଗିବାର କାରଣ ଜଣା ପଡିନାହିଁ ।
