ଆଠଗଡ : ଜାଲରେ ପଡି କଲରା ପତରିଆ ବାଘର ମୃତ୍ୟୁ । ଆଠଗଡ ବନଖଣ୍ଡ ତିଗିରିଆ ବନାଞ୍ଚଳ ଭିରୁଡା ଷୋରିଷ ପାହାଡ ନିକଟରେ ବାଘର ମୃତ୍ୟୁ ହୋଇଛି । ତେବେ ବାରହା ଶିକାର ପାଇଁ ବିଛା ଯାଇଥିବା ଜାଲରେ ପଡି ବାଘ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଘର ମୃତଦେହ ମିଳିବା ପରେ ବି ବନ ବିଭାଗର ଦେଖାନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗର କାର୍ଯ୍ୟକଳାପକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗର ଏଭଳି ଖାମଖିଆଲି ନୀତି ଯୋଗୁଁ ନିରୀହ ବନ୍ୟଜନ୍ତୁମାନେ ବାରମ୍ବାର ବଳି ପଡୁଛନ୍ତି ।
