ଵଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅବକାରୀ ବିଭାଗ ପକ୍ଷରୁ ଆଜି ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଅନେକ ଗୁଡ଼ିଏ ବିଦେଶୀ ମଦ ବୋତଲ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ତାମଡା ଓ ବନୈକଳା ଗ୍ରାମରେ ଅତର୍କିତ ଚଢାଉ କରି ବନୈକଳା ଗ୍ରାମର ବାସନ୍ତୀ ପାତ୍ର (୫୬)ଙ୍କ ପାଖରୁ ୨୦ ବୋତଲ ବିଦେଶୀ ମଦ ଜବତ ହୋଇଥିବା ବେଳେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ଗ୍ରାମର ମଧୁ ପାତ୍ର (୭୧)ଙ୍କ ପାଖରୁ ୮ ବୋତଲ ବିୟର ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ, ବିମ୍ବାଧର ସାହୁ, ବିକାଶ ରଞ୍ଜନ ମାହାନ୍ତ ପ୍ରମୁଖ ସାମିଲ ହୋଇଥିଲେ ।
