ରାୟଗଡ଼ା : ମୋବାଇଲ ଦୋକାନ ସଟର ଭାଙ୍ଗି ନଗଦ ୮୦ ହଜାର ଟଙ୍କା ଓ ୨୦ଟି ଦାମୀ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ । ରାୟଗଡା ଗୁଣୁପୁରରେ ଘଟିଛି ଏଭଳି ଘଟଣା । ଗ୍ରାମଦେବୀ ମନ୍ଦିର ନିକଟରେ ଥିବା ଏକ ଦୋକାନରୁ ଏହି ଚୋରୀ ଘଟିଛି । ଆଜି ସକାଳୁ ଦୋକାନ ଖୋଲିବାକୁ ଆସିବା ବେଳେ ସଟର ଭଙ୍ଗାଯାଇ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ ଦୋକାନୀ । ଏନେଇ ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
