ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ବିନାୟକନଗରରୁ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ ଉକ୍ତ ସାହିରେ ବଜ୍ରକାପ୍ତା ରାସ୍ତା ପାର୍ ହେଉଥିବାବେଳେ ସ୍ଥାନୀୟ ଲୋକେ ଦେଖି ତାକୁ କାବୁ କରିଥିଲେ । ପରେ ସ୍ଥାନୀୟ ଲୋକେ ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ଜଣାପଡିଛି । ଅନ୍ୟପଟେ ବ୍ରହ୍ମପୁର ଡ଼ିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ଆସି ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ଜଣାପଡିଛି । ବନ ବିଭାଗ ତରଫରୁ ବଜ୍ରକାପ୍ତାର ଉପଯୁକ୍ତ ଚିକିତ୍ସା କରାଯିବା ପରେ ଆଗକୁ କେଉଁଠିକୁ ଛଡ଼ାଯିବ ତାହା ମଧ୍ୟ ଯୋଜନା କରାଯାଉଛି ।
