ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅ

ଖଲ୍ଲିକୋଟ : ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳଛି । ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିଥିବା ଏକ ଚଳଚ୍ଚିତ୍ରର ସେଟ ଡିଜାଇନ କରି ଓଡ଼ିଆ ଝିଅ ଜଣକ ରାତାରାତି ହଲିଉଡରେ ଚହଳ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲା ଖଲ୍ଲିକୋଟ ସହର କରଣ ସାହିନିବାସୀ ପ୍ରଫେସର ଅଜିତ ମହାପାତ୍ରଙ୍କ ଜ୍ୟେଷ୍ଠ କନ୍ୟା ସିଲଭିଆ ମହାପାତ୍ର । ଗତ ଡିସେମ୍ବର ୧୭ ତାରିଖରେ ଦେଶବିଦେଶରେ ମୁକ୍ତିଲାଭ କରିଥିବା ମାର୍ଭେଲଙ୍କ ମେଗା ସିନେମା ପ୍ରକଳ୍ପ ‘ସ୍ପାଇଡର ମ୍ୟାନ୍-ନୋ ୱେ ହୋମ୍’ ବକ୍ସ ଅଫିସରେ ଧମାକା ଦେଖାଇ ଗତ ୧୦ ଦିନ ମଧ୍ୟରେ ୭୫୦୦ କୋଟି ଟଙ୍କାର ବ୍ୟବସାୟ କରିଛି । ଭାରତରେ ଏହି ସମୟ ମଧ୍ୟରେ ଏହି ଚଳଚ୍ଚିତ୍ର ୧୬୫ କୋଟି ଟଙ୍କାର ବ୍ୟବସାୟ କରି ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଏହି ସିନେମାରେ ଗଞ୍ଜାମ ଜିଲା ଖଲ୍ଲିକୋଟ ସହର କରଣ ସାହିର ଝିିଅ ସିଲଭିଆ ମହାପାତ୍ରଙ୍କ ଅବଦାନ ଅତୁଳନୀୟ । ସେ ଏହି ସିନେମାର ସେଟ୍ ଡିଜାଇନ୍ କରି ସିନେପ୍ରେମୀ ଦର୍ଶକଙ୍କ ମନ ମୋହିଛନ୍ତି । ଆମେରିକାର ଜର୍ଜିଆ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ଅଜିତ ମହାପାତ୍ର ଏବଂ ମା ନଳିନୀ ପଟ୍ଟନାୟକଙ୍କ ଜ୍ୟେଷ୍ଠ କନ୍ୟା ହେଉଛନ୍ତି ସିଲଭିଆ । ଜାମ୍ବିଆ, ବୋଷ୍ଟନ ଏବଂ ଆମେରିକାର ଆଟଲାଣ୍ଟାସ୍ଥିତ ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜିରେ ସିଲଭିଆ ଶିକ୍ଷାଲାଭ କରିଛନ୍ତି । ଏହି ସିନେମାରେ ସେ ସକ୍ରିୟ କାର୍ଯ୍ୟ କରିଥିବାରୁ ବହୁତ ଖୁସି ଏବଂ ଆଗାମୀ ଦିନରେ ହଲିଉଡ୍ ଚଳଚ୍ଚିତ୍ରରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *