- *ଅଦ୍ୟ ଡିସେମ୍ବର ୨୩ ତାରିଖ *୨୦୧୮ମସିହା* (ରବିବାର)*
ଶକାବ୍ଦ -୧୯୪୦
ସମ୍ବତ -୨୦୭୫
ସାଲ-୧୪୨୬
ସମ୍ବତ୍ସର -ପରିଧାବୀ
ମାର୍ଗଶୀର -କୃଷ୍ଣପକ୍ଷ
ତିଥି -ପ୍ରତିପଦ ରାତ୍ରି ଘ୦୮/୪୦ ପର୍ଯ୍ଯନ୍ତ ତଦନ୍ତେ ଦ୍ୱିତୀୟା
ନକ୍ଷତ୍ର-ଆର୍ଦ୍ରା ରାତ୍ରି ଘ୦୯/୫୨ ପର୍ଯ୍ଯନ୍ତ ତଦନ୍ତେ ପୁନର୍ବସୁ
ଚନ୍ଦ୍ର – ମିଥୁନ
ଯୋଗ -ଶୁକ୍ଳ
କରଣ -ବାଳବ
ସୂର୍ଯ୍ୟ -ଧନୁ ୦ ୮ ଦିନ *
ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୦୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୨୧
ଯୋଗିନୀ ପୂର୍ବେ ରାତ୍ରି ଘ୦୮/୪୦ଗତେ ଉତ୍ତରେ
କନ୍ୟା ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ଅଦ୍ୟ ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା ଓ ବାରବେଳା-ଦିବାଘ୧୦/୨୦ଗତେ ଘ୦୧/୦୪ମଧ୍ୟେ
** ଅମୃତବେଳା – * ଦିବାଘ୦୭/୪୦ ଗତେ ଘ୦୯/୦୩ମଧ୍ୟେ* ଓ ରାତ୍ରି ଘ୦୮/୨୮ଗତେ ଘ୧୧/୪୫ ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୯/୦୪ ଗତେ ଘ୧୦/୨୦ମଧ୍ୟେ* ଓ ଘ ୦୧/୦୬ଗତେ ଘ୦୨/୩୦ମଧ୍ୟେ*
ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ
ଆଜିର ରାଶିଫଳ
- ——————-
ମେଷ
ଆଜି କାର୍ଯ୍ୟହାନୀ, କଳହ, ଧନକ୍ଷୟାଦି ଘଟିପାରେ । ଏହା ସଙ୍ଗକୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା ଜାରିରଖିଲେ ଆଗାମୀ ଆଶା ପୂରଣ ହେବା ସମ୍ଭାବନା ରହିଛି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ବୃଷ
ଆଜି ପ୍ରତ୍ୟେକ ସଂକଟକୁ କୌଣସି ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ସାଧନ କରିପାରିବେ। ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ସାହାଯ୍ୟ କାମକୁ ଆସିବ। ପିଲାମାନଙ୍କ ପଢା ସମସ୍ୟା, ପରିବହନରେ ଝଗଡା, ସଭାସମିତିରେ ବିତର୍କ ଜନିତ ସାମୟିକ ଅସ୍ଥିରତାର ସୂଚନା ମଧ୍ୟ ରହିଛି।
ମିଥୁନ
ଆଜି ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ଓ ଉତ୍ତମ ପରାମର୍ଶରେ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବେ। ଜମିଜମା କାରବାର,ବ୍ୟବସାୟ, ପରିବହନ ଦିଗରୁ ସମସ୍ୟା ଓ ପ୍ରତିବନ୍ଧକ ହଟିଯିବାର ସୂଚନା ରହିଛି । ମାଲି ମକଦ୍ଦମା, ଆଲୋଚନା, ଗବେଷଣା, ପ୍ରେସ୍ ପବ୍ଳିକେଶନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ।
କର୍କଟ
ଆଜି ଜନିତ ବନ୍ଧୁଙ୍କ ସାହାଯ୍ୟରୁ ନୂତନ କର୍ମାରମ୍ଭ, ଭ୍ରମଣ ସୁଯୋଗ ପାଇବେ। ବନ୍ଧୁଙ୍କ ନିମନ୍ତ୍ରଣ,ଦୂରଯାତ୍ରା ଓ ବନ୍ଧୁମିଳନ ଜନିତ ମନ ଏକପ୍ରକାର ଖୁସୀ ରହିବ। କିନ୍ତୁ ଅଶ୍ଳେଷା ନକ୍ଷତ୍ରର ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ କେତେକ ମାନସିକ ଦ୍ୱନ୍ଦ୍ୱ ଉପୁଜିପାରେ।
ସିଂହ
ଆଜି ସନ୍ତାନଙ୍କ ସମ୍ପର୍କୀୟ ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଯାହା ଚିନ୍ତା କରିବେ ବାସ୍ତବ କ୍ଷେତ୍ରରେ ତାହାର ଓଲଟା ପ୍ରତିଫଳନ ଘଟିବ। ସଦାବେଳେ ହାତଖାଲି ରହିବା କାରଣରୁ ମନରେ ସରସତା ରହି ନ ପାରେ। ଅବଶ୍ୟ ପୂର୍ବାଫାଲ୍ଗୁନୀ ନକ୍ଷତ୍ର ଅପୂରଣୀୟ ଆଶା, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
କନ୍ୟା
ଗ୍ରହଚକ୍ରରେ ଶୁଭଗ୍ରହମାନଙ୍କ ସୁପ୍ରଭାବକୁ ସତ୍କର୍ମରେ ବିନିଯୋଗ କରିପାରିଲେ ସମସ୍ତ ସିଦ୍ଧିଲାଭ କରିପାରିବେ। ସମସ୍ୟା ହଟିଯିବ, ଅର୍ଥପାଇବେ, ସମ୍ମାନ ମିଳିବ ଓ ବନ୍ଧୁମାନଙ୍କ ଆଦର ସହଯୋଗ ପାଖକୁ ଛୁଟିଆସିବ। ତଥାପି ଉତରାଫାଲ୍ଗୁନୀ ନକ୍ଷତ୍ର ସକାଶେ ବ୍ୟବସାୟ ଓ ଯାତ୍ରା ସମ୍ପର୍କରେ ଦୁଶ୍ଚିନ୍ତା ବଢିବ।
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବା ସହ ଅର୍ଥ, ସମ୍ମାନ ସହ ବନ୍ଧୁମିଳନ ଯୋଗ ରହିଛି। ନିକଟ ସମ୍ପର୍କୀୟ ମାନଙ୍କକଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିବେ। ସଭା ସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତି ବଦଳାଇବାକୁ ପଡିପାରେ।
ବିଛା
ଅନୁକୂଳ ଗ୍ରହ ପ୍ରଭାବ ରହିଥିଲେ ମଧ୍ୟ ଉଦ୍ୟମ ବ୍ୟତିରେକ ଚେଇଁ ଶୋଇଲେ ହାତ ପାହାନ୍ତାରୁ ସୁଯୋଗ ଖସିଯାଇପାରେ । ଶନିଙ୍କ ପ୍ରଭାବରୁ ଠିକଣା ସମୟରେ ଉଚିତ ପଦକ୍ଷେପ ନନେଇ ଭାଗ୍ୟ ଓ କର୍ମକୁ ନିନ୍ଦା କରିବା ମୂଲ୍ୟହୀନ ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଆଦିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିପାରନ୍ତି।
ଧନୁ
ଆଜି ଭୁଲ୍ ବୁଝାମଣା କାରଣରୁ ସମ୍ପର୍କ ହାନୀ ଘଟିବାର ଆଶଙ୍କା ରହିଛି। ଟିକିଏ ଟିକିଏ କଥାରେ ରାଗି,କଡାକଥା କହି ନିଆଁବାଣ ହେଲେ ନିଜର କ୍ଷତି ବ୍ୟତୀତ କିଛି ଲାଭ ହେବନି । ପାରିବାରିକ କ୍ଷେତ୍ରରେ ହଠାତ୍ ପ୍ରତିକ୍ରିୟାଶୀଳ ହେବା ନାହିଁ । ପ୍ରକାଶନ,ପ୍ରଶାସନ, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ସ୍ଥଗିତ କାମକୁ ଯୁଦ୍ଧକାଳୀନ ଭିତିରେ ସମାପ୍ତକରି ଆତ୍ମତୃପ୍ତି ଲାଭ କରିବେ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା ସମାଧାନ ହୋଇଯିବ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। ଭୁଲ୍ ବୁଝାମଣାରୁ ପାରିବାରିକ ଜୀବନରେ ମନାନ୍ତର ଦେଖାଦେଇପାରେ ।
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିବା ସହ ସ୍ଥଗିତ ରହିଯାଇଥିବା କାମର ପୁନଃଆରମ୍ଭ ପାଇଁ ଯୋଜନା କରିପାରନ୍ତି। ନୂତନ ଗୃହ, ଯାନବାହାନ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ । ବିବାଦୀୟ ମାମଲା, ଜମିଜମା ସମସ୍ୟା ସମ୍ପର୍କୀୟ ଚିନ୍ତାରେ ମନ ଉଦ୍ୱିଗ୍ନ ରହିବ । କୈାଣସି ସରକାରୀ ସାହାଯ୍ୟର ସୂଚନା ପାଇବେ।
ମୀନ
ପାଖପଡୋଶୀଙ୍କ ସାହାଯ୍ୟ, ସହଯୋଗରେ କାର୍ଯ୍ୟସିଦ୍ଧି ସହ ପ୍ରିୟ ବନ୍ଧୁମାନଙ୍କ ଆଦର ସହଯୋଗ ମନକୁ ପ୍ରଫୁଲ୍ଲିତ କରି ରଖିବ। କୌଣସି କ୍ଷେତ୍ରରୁ ଆଶାଜନକ ଅର୍ଥ, ସମ୍ମାନ, ଭୂଷଣାଦି ପ୍ରାପ୍ତି ହୋଇପାରେ। ସଭାସମିତିରେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଓ ସାଙ୍ଗକୁ ଆନୁଷ୍ଠାନିକ କାମରେ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।
