ବ୍ରହ୍ମପୁର : ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଜେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡିର ରୁରାଲ ୱାର୍କ ଡିଭିଜନର ଜେଇ ବଂଶୀଧର ସେଠୀ । ବଂଶୀଧରଙ୍କ ଶକ୍ତି ନଗର ଦ୍ବିତୀୟ ଲାଇନରେ ଥିବା ତିନି ମହଲା ଘର ଉପରେ ଚାଲିଛି ରେଡ୍ । ଏହାସହ ଏକକାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି । ଚଢାଉରେ ସାମିଲ ଅଛନ୍ତି ୨ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ । ବଂଶୀଧର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ରହ୍ମପୁରର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ସର୍ଚ୍ଚ ୱାରେଣ୍ଟ ପାଇଁ ଆବେଦନ କରାଯାଇଥିଲା । କୋର୍ଟଙ୍କ ଅନୁମତି ପାଇବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।
