ଦୁଇ ଧଳା ଜହର ବେପାରୀ ଗିରଫ

ପୁରୀ : ପୁରୀରୁ ଧରା ହେଲେ ଦୁଇ ଧଳା ଜହର ବେପାରୀ । ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ଏହି ଦୁଇ ବେପାରୀ । ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ଵର ଖଣ୍ଟପଡାର କମଳ କିଶୋର ପଣ୍ଡା । ଏମାନଙ୍କ ଠାରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ତିନୋଟି ମୋବାଇଲ ସହ ପୋଲିସ ଏମାନଙ୍କ ଠାରୁ ଏକ ହଜାର ଟଙ୍କା ଜବତ କରିଛି ।

Leave a Reply

Your email address will not be published. Required fields are marked *