ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଆମ୍ବୁଲାନ୍ସ

କନ୍ଧମାଳ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ସାରଙ୍ଗଗଡ ନୂଆଗାଁ ଛକରେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଛାଡି କ. ନୂଆଁ ଗାଁ ମେଡ଼ିକାଲକୁ ଫେରୁଥିଲା । ପ୍ରବଳ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଆହତ ଡ୍ରାଇଭରକୁ ଉଦ୍ଧାର କରି ସାରଙ୍ଗଗଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି । ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *