କାଶୀପୁର ଥାନାରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

କାଶୀପୁର : କାଶୀପୁର ଥାନାରେ ଜଣେ କାର୍ଯ୍ୟରତ ସମ୍ବାଦିକଙ୍କୁ ଖବର ସଂଗ୍ରହ ସମୟରେ ପୋଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିଛନ୍ତି । ସେଇଭଳି ସାରା ରାଜ୍ୟରେ ସାମ୍ବାଦିକଙ୍କୁ ଅକାରଣରେ ପୋଲିସର ଆକ୍ରୋସର ଶିକାର ହେଉଥିବାବେଳେ ଅନୁରୂପ ଘଟଣା ଆଜି କାଶୀପୁର ଥାନାରେ ଦେଖିବାକୁ ମିଳିଛି । ଘଟଣା ହେଉଛି କାଶୀପୁର ସମୟ ଖବରକାଗଜର ପ୍ରତିନିଧି ଗୋଲକ ବିହାରୀ ସାମନ୍ତରାୟଙ୍କ କ୍ଷେତ୍ରରେ । କିଛିଦିନ ତଳେ କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗାଁ ନିକଟରେ ଏକ ଦୁର୍ଘଟଣା ହୋଇଥିଲା । ଏଥିରେ ଏକ ଅଟୋ ଗାଡି ସହ ବାଇକ ମଧ୍ୟରେ ଧକା ହୋଇଥିଲା, ଦୁର୍ଘଟଣା ହେବା ଉକ୍ତ ବାଇକରେ ଲାକରିସ ଗ୍ରାମର ଘେନୁ ନାଏକ ଓ ତାଙ୍କ ସ୍ତ୍ରୀ ଥିଲେ । ଘଟଣାରେ ଘେନୁ ନାଏକଙ୍କର ହାତରେ ଗଭୀର ଆଘାତ ହୋଇଥିଲା । ଏ ସଂକ୍ରାନ୍ତରେ ଅଭିଯୋଗ ପରେ କାଶୀପୁର ପୋଲିସ ନୀରବତା ପରେ ଆଜି ଦୋରାଗୁଡା ଥାନା ଅନ୍ତର୍ଗତ ଲଛୁଗୁଡା ଗ୍ରାମର ଅସ୍କ ନାଏକ ଜଣେ ଅଟୋ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି । ହେଲେ ଉକ୍ତ ଘଟଣାରେ ଅସ୍ପଷ୍ଟ ଚର୍ଚ୍ଚା ହେଉଥିବାରୁ ପ୍ରକୃତ ଖବର ବୁଝିବାକୁ ସାମ୍ବାଦିକ ଜଣକ କାଶୀପୁର ଥାନାରେ ପହଞ୍ଚି ଥିଲେ । ଥାନା ସମ୍ମୁଖରେ ପ୍ରଥମେ ସେଣ୍ଟ୍ରିଙ୍କୁ ଥାନା ଅଧିକାରୀଙ୍କ ଉପସ୍ଥିତ ବିଷୟରେ ପଚାରିବାରୁ ଉତ୍ତର ନ ମିଳିବାରୁ ଥାନା ଭିତରେ ଅନ୍ୟ ଜଣେ ଇନ୍ସପେକ୍ଟରଙ୍କୁ ପଚାରିବାକୁ ପଶିଥିଲେ । ଏଥି ମଧ୍ୟରେ ପଛପଟରୁ ଦୁଇଜଣ ପୋଲିସ କର୍ମଚାରୀ ଆସି ଅବାନ୍ତର ଯୁକ୍ତି କରିବା ସହ ସାମ୍ବାଦିକଙ୍କୁ ମଧ୍ୟ ଅସାମାଜିକ ଆଚରଣ କରିଥିଲେ, ଏହାସହ ଆତଙ୍କବାଦୀ ଓ ନକ୍ସଲ ହୋଇଥାଇପାର ବୋଲି କହି ସେଠାରୁ ଭଲରେ ଭାଲରେ ଚାଲିଯିବାକୁ ତାଗିଦ କରିଥିଲେ । ଥାନା ଅଧିକାରୀ ଜଣଙ୍କ ଉପସ୍ଥିତ ନ ଥିବାରୁ କଥା ସମାଧାନ ହେଇପାରି ନ ଥିଲା । ଥାନାରେ ଅପରାଧୀ ସହ ଦଲାଲଙ୍କ ପାଇଁ ୨୪ ଘଣ୍ଟା ଦ୍ୱାର ଖୋଲା ରାହୁଥିବାବେଳେ ନିର୍ଭୀକ ସାମ୍ବାଦିକମାନଙ୍କ ପ୍ରତି ଏଭଳି ଆକ୍ରୋସ ଘଟଣା ଦିନପ୍ରତି ଦିନ ଘଟିବାରେ ଲାଗିରହୁଛି । ପୋଲିସ ଓ ସାମ୍ବାଦିକ ସମ୍ପର୍କ ସମନ୍ୱୟ ରକ୍ଷା ପାଇଁ ଯେତେ ପ୍ରୟାସ କରାଯାଉଥିବାବେଳେ ପୋଲିସର ଏଭଳି ଘଟଣାକୁ ହାଲୁକାରେ ନିଆଯାଉଛି । ଆଜିର ଘଟଣାରେ କାଶୀପୁର ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆସନ୍ତା କାଲି ଜିଲ୍ଲା ସାମ୍ବାଦିକ ସଙ୍ଘ ଏବଂ ବିଭିନ୍ନ ସାମ୍ବାଦିକକୁ ଅଭିଯୋଗ ପରେ ପ୍ରତିବାଦ ପାଇଁ ରଣ ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *