ପଦ୍ମପୁର : ନିଆଁର ଆଁରେ ଜଳିଗଲା ବର୍ଷକର ଧାନ ଫସଲ । ଧାନ ଗଦାରେ ଲାଗିଲା ନିଆଁ । ପଦ୍ମପୁର ଉପଖଣ୍ଡ କଂସର ଗ୍ରାମରେ ଏକ ଧାନ ଗଦାରେ ନିଆ ଲାଗିଥିବା ଦେଖିବାକୁ ମିଲିଛି । କଂସର ଗ୍ରାମର ଧ୍ବଜ ମେହେର ତାଙ୍କ ଅଢେଇ ଏକର ଜମିରେ ଧାନ ଚାଷ କରିଥିଲେ । ଧାନ କାଟି ଅମଳ କରିବା ପାଇଁ ଖଳାରେ ରଖିଥିଲେ । ଆଜି ସକାଳୁ କେହିଜଣେ ଦୁର୍ବୃତ୍ତ ଧାନ ଖରିରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଧାନ ଖେରି ଜଳୁଥିବା ଦେଖି ଲୋକମାନେ ପଦ୍ମପୁର ଦମକଳକୁ ଫୋନ କରିଥିଲେ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ନିଆଁରେ ପ୍ରାୟ ଅଧିକାଂଶ ଧାନ ପୋଡି ଦେଇଥିଲା । ଏହି ଧାନ ଅମଳ କରି ବିକ୍ରି କରିଥିଲେ ଧ୍ୱଜ ନିଜର ପରିବାର ପୋଷଣ କରିଥାନ୍ତେ, ହେଲେ ନିଆଁରେ ପୋଡିଯିବା କାରଣରୁ ସେ ଏବେ କଣ କରିବେ ଚିନ୍ତିତ ଅଛନ୍ତି ।
