ବଣାଇ : ସାରା ରାଜ୍ୟରେ ଆଜି ପ୍ରତ୍ୟେକ ବ୍ଲକ୍ ଠାରୁ ନେଇ ପଞ୍ଚାୟତ ପର୍ଯ୍ୟନ୍ତ ସବୁ ସ୍ଥାନରେ ଉତ୍ସାହର ସହିତ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଵଣାଇରେ ମଧ୍ୟ ବିଜେଡି ପକ୍ଷରୁ ଜିଲ୍ଲା ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଵଣାଇର ଯୁବକ, ଛାତ୍ର ଓ ବରିଷ୍ଠ କର୍ମୀମାନଙ୍କୁ ନେଇ ଦେଓଗାଁ ମନ୍ଦିର ଛକ ନିକଟରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଵଣାଇ ସହର ପରିକ୍ରମା କରିବା ସହିତ, ଶେଷରେ ବ୍ରାହ୍ମଣୀ ସେତୁର ଅପର ପାର୍ଶ୍ଵ ଲଲେଇ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ପହଞ୍ଚିଥିଲା । ସମସ୍ତ କର୍ମୀଙ୍କ ଗହଣରେ ବଣାଇର ବରିଷ୍ଠ ନେତା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ରଣଜିତ୍ କିସାନଙ୍କ ଦ୍ବାରା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଣାଇ ବିଜେଡିର ମୂଖପାତ୍ର ସୁନ୍ଦର ମଣି ପ୍ରଧାନ, ପାର୍ଥ ସାରଥି ମିଶ୍ର, କର୍ମ ବୀର ଦାସ, ଯୁବନେତା ରୋହିତାଶ୍ବ ମିଶ୍ରଙ୍କ ସମେତ ବିଜେଡିର ବହୁ କର୍ମୀ ଯୋଗ ଦେଇଥିଲେ ।
